ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅଧିନସ୍ତ ପଙ୍କଳବାଡି ଗ୍ରାମ ପାଖ ବଡ଼ପଦା ଠାରେ ଗଢି ଉଠିଥିବା A 1 କାର ୱାସ୍ ଗାଡି ଗ୍ଯାରେଜ ରେ କଳାକନା ବୁଲାଇଲେ ଚୋର l ଗ୍ୟାରେଜ ର ମୁଖ୍ୟଫାଟକ ତାଲା ଭାଙ୍ଗି କିଛି ଗ୍ଯାରେଜର ସାମାନ ଏବଂ 16 ହଜାର ରୁ ଉର୍ଦ୍ଧ ଟଙ୍କା ଚୋରି ହୋଇଥିବା ନେଇ ଅଭିଜୋଗ କରିଛନ୍ତି ଗ୍ୟାରେଜ ମାଲିକ l ସୂଚନା ଅନୁସାରେ ଆଜି ସକାଳୁ ଗ୍ୟାରେଜ ମାଲିକ ଆସି ଦେଖିଲା ବେଳକୁ ଗ୍ୟାରେଜ ତାଲା ଭାଙ୍ଗି ପଡିବା ସହ ଫାଟକ ଖୋଲି ହୋଇ ରହିଥିଲା l ଗ୍ୟାରେଜ ର ଅବସ୍ଥା ଦେଖି ମାଲିକ ପୋଲିସ କୁ ଖବର ଦେବା ସହ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି l