ମିଛ ଚାକିରୀ ଦେଇ 2 କୋଟି ଟଂକା ହଡପ ଘଟଣାରେ ଜୀବନ ହାରିଲେ ମହିଳା l ବିଷ ପିଇଲେ ମଧ୍ଯସ୍ଥି ବା ସୁପର ଭାଇଜର ଥିବା ମହିଳା ସ୍ଵର୍ଣପ୍ରଭା ପାଢ଼ୀ l ୨ ଦିନ ତଳେ ସେ ବିଷ ପିଇଥିବାବେଳେ ତାଙ୍କର ଆଜି ଚିକିତ୍ସଧିନ ଅବସ୍ଥାରେ ବୁର୍ଲାରେ ମୃତ୍ଯୁ ହୋଇଛି l ସୁପରଭାଇଜର ଭାବେ କାମ କରୁଥିବା ଚିପିଲିମାର ସ୍ବର୍ଣ୍ଣପ୍ରଭା ପାଢୀ ପ୍ରାୟ 6ଶହରୁ ଅଧିକ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଂକା ଅସୁଲି କରି ମୁଖ୍ୟ ଅଭିଯୁକ୍ତ ରାହୁଲ ରାୟ ଓ ପଦ୍ମାବତୀ ତାଣ୍ଡିଙ୍କୁ ଦେଇଥିଲେ | ତେବେ ମିଛ ଚାକିରି ଘଟଣା ସାମ୍ନାକୁ ଆସିବା ପରେ ପଇସା ଦେଇଥିବା ଆଶାୟୀମାନେ ସ୍ବର୍ଣ୍ଣପ୍ରଭାଙ୍କ ଘରକୁ ଆସି ପଇସା ମାଗିଥିଲେ l