ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଅଂଚଳରେ ଧୁମଧାମ ରେ ପାଳିତ ହେଉଛି ଦୀପାବଳି ଉତ୍ସବ
ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଅଂଚଳରେ ଧୁମଧାମ ରେ ପାଳିତ ହେଉଛି ଦୀପାବଳି ଉତ୍ସବ l ଆଜି ସନ୍ଧ୍ୟା ୭ ଟା ରୁ ଗାଁ ଠୁ ସହର ସବୁଠି ଶାନ୍ତି, ମୈତ୍ରୀ, ସଦଭାବନା ର ବାର୍ତା ଦେଇ ଘରେ ଘରେ ଦୀପ ପ୍ରଜ୍ବଳିତ କରାଯାଇଛି l ଅନ୍ଧାର ଉପରେ ଆଲୋକର ବିଜୟ, ଅଧର୍ମ ଉପରେ ଧର୍ମର ବିଜୟ ର ବାର୍ତା ଦେଉଛି ଏହି ଦୀପାବଳି ପର୍ବ l ବିଶେଷ କରି ଛୋଟ ଛୁଆମାନେ ବିଭିନ୍ନ ରଙ୍ଗ ବେରଙ୍ଗ ର ଫୋଟକା, ଝିରି ଝିରି ଆଦି ଜଳାଇ ହସଖୁସି ରେ ଦୀପାବଳି ଉତ୍ସବ ପାଳନ କରିଛନ୍ତି l