ବାରକୋଟ ବ୍ଲକ ସଇଡା ଗ୍ରାମରେ ନିଆଁ ପୁଇଁବା ବେଳେ ଅଘଟଣ । ଅସାବଧାନତା ଯୋଗୁଁ ଜଣେ ବୃଦ୍ଧାଙ୍କ ଶାଢୀରେ ନିଆଁ ଲାଗିଯିବାରୁ ନିଆଁରେ ପୋଡି ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ହୋଇଥିବା ବୃଦ୍ଧା ୬୫ ବର୍ଷ ବୟସ୍କ ସେହି ଗ୍ରାମର ଭୁବନ ପାତ୍ରଙ୍କ ସ୍ତ୍ରୀ ବିଲେଇ ପାତ୍ର ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ ଘର ବାରଣ୍ଡାରେ ଥିବା ଚୁଲିରେ ବିଲେଇ ବୁଧବାର ସନ୍ଧ୍ୟାରେ ନିଆଁ ପୁଇଁବା ବେଳେ ଶାଢୀରେ ହଠାତ ନିଆଁ ଲାଗି ଯାଇଥିଲା । ଫଳରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଛି ।