କେନ୍ଦୁଝର ସହର: ବଡବିଲ କଳିଙ୍ଗନଗର ସ୍ଥିତ ମୋବାଇଲ ଦୋକାନରୁ ଚୋରି ଘଟଣା, ସିସିଟିଭିରେ କଏଦ୍ ହେଲା ଦୃଶ୍ୟ
ବଡ଼ବିଲ ସହରରେ ଚୋରି ଘଟଣା ବୃଦ୍ଧି ପାଉଥିବା ବେଳେ କଳିଙ୍ଗନଗର ସ୍ଥିତ ଏକ ମୋବାଇଲ ଦୋକାନରୁ ଚୋରି ସମୟର ସିସିଟିଭି ଫୁଟେଜ ଆଜି ଲୋକଲୋଚନକୁ ଆସିଛି। ଦୋକାନ ବନ୍ଦଥିବା ବେଳେ ସୁଯୋଗ ପାଇ ଚୋର ଦୋକାନ ଭିତରକୁ ପଶି ଲକ୍ଷାଧିକ ଟଙ୍କାର ମୋବାଇଲ ଓ ଆସୋସିରିଜ୍ ସହ ପ୍ରାୟ ୩୫ ହଜାର ଟଙ୍କା ଚୋରି କରି ନେଇଥିବା ବେଳେ ଦୋକାନ ମାଲିକ ବଡବିଲ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏହି ଫୁଟେଜ ଆଧାରରେ ଚୋରଙ୍କ ସନ୍ଧାନ କରୁଥିବା ବେଳେ କୌଣସି ସଫଳତା ହାସଲ ହୋଇ ନାହିଁ।