ଧର୍ମଶାଳା: ବାଲିଚନ୍ଦ୍ରପୁର ଗ୍ରାମର ଗଣେଶ ନାୟକ ଓ ବିମଳ ସାହୁଙ୍କ ଘରୁ ଲୁଟ, ଥାନାରେ ଅଭିଯୋଗ
ବିଞ୍ଝାରପୁରରେ ପୁଣି ଲୁଟ | ଗୋଟିଏ ଗାଁର ଦୁଇଜଣଙ୍କ ଘରେ କଳାକନା ବୁଲାଇଲେ ଲୁଟେରା | ପ୍ରାୟ ଦଶ ଲକ୍ଷ ଟଙ୍କାର ସୁନା ଗହଣା ସହ ନଗତ ୮୦ ହଜାର ଲୁଟ ହୋଇଥିବା ନେଇ ଅଳକୁଣ୍ଡ ଥାନାରେ ଅଭିଯୋଗ | ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନା ବିତନା ପଞ୍ଚାୟତ ଅନ୍ତର୍ଗତ ବାଲିଚନ୍ଦ୍ରପୁର ଗ୍ରାମର ଗଣେଶ ନାୟକ ଓ ବିମଳ ସାହୁଙ୍କ ଘରରେ ଲୁଟ ହୋଇଛି | ଲୁଟେରାମାନେ ପରିବାର ଲୋକେ ସୋଇଥିବା ଘରର ବାହାରପଟୁ କବାଟ ଦେଇ ସମସ୍ତ ଜିନିଷ ଲୁଟ କରିଥିବା ବେଳେ ଗଣେଶ ନାୟକ ତାଙ୍କ ପୁଅ ବାହାଘର ପାଇଁ ରଖିଥିବା ସମସ୍ତ ସୁନା ଗହଣା ସହ ଟଙ୍କା ଲୁଟି ନେଇଛନ୍ତି | ଏ ନେଇ ପରିବାର ଲୋକ