କୋରାପୁଟ ସହର: କୋରାପୁଟ ଜିଲ୍ଲାର ସାତଟି ନୂତନ ସବ ରେଜିଷ୍ଟାର ଅଫିସକୁ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
କୋରାପୁଟ ସହର.. ଆଜି ଦିନ ବାର ଟା ସମୟରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ କରକମଳରେ ଆଜି ରାଜ୍ୟର ୪୪ଟି ତହସିଲରେ ନୂତନ ଉପନିବନ୍ଧନ କାର୍ଯ୍ୟାଳୟର ଶୁଭ ଉଦଘାଟନ ହୋଇଯାଇଛି। ଭିଡିଓ କନଫରେନ୍ସ ଜରିଆ ରେ ଏହି କ୍ରମରେ କୋରାପୁଟ ଜିଲ୍ଲାରେ ବୈପାରିଗୁଡ଼ା, କୁନ୍ଦୁରା,ନନ୍ଦପୁର,ଦଶମନ୍ତପୁର , ଲକ୍ଷ୍ମୀପୁର, ନାରାୟଣପାଟଣା ଓ ବନ୍ଧୁଗାଁ ତହସିଲରେ ନୂତନ ଉପନିବନ୍ଧନ କାର୍ଯ୍ୟାଳୟର ଶୁଭ ଉଦଘାଟନ ହୋଇଯାଇଛି। ଏଇ କର୍ଯ୍ୟକ୍ରମ ରେ କୋରାପୁଟ ଜିଲ୍ଲାର ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଙ୍କ ସମେତ ନୂତନ ଭାବରେ ଗଠନ ହୋଇଥିବା ସବ ରେଜିଷ୍ଟ୍ରାର ଅଫିସର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ