ସମ୍ବଲପୁର ମ୍ୟୁନିସିପାଲଟି: ହୀରାକୁଦ ଏନଏଏସି କାର୍ଯ୍ୟାଳୟ ରେ ମହାନଗର ନିଗମ କମିଶନରଙ୍କ ଅଭିଯୋଗ ଶୁଣାନି କାର୍ଯ୍ୟକ୍ରମ ଅନୁଷ୍ଠିତ
ଆଜି ହୀରାକୁଦ ଏନଏଏସି କାର୍ଯ୍ୟାଳୟ ରେ ଅଭିଯୋଗ ଶୁଣାଣି ହୋଇଥିଲା l ସମ୍ବଲପୁର ମହାନଗର ନିଗମ କମିଶନର ରୋହନ କ୍ଷେତ୍ରୀ ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଆଜି ଦିନ ପ୍ରାୟ 11 ଟା ରେ ଲୋକଙ୍କ ଅଭିଯୋଗ ଶୁଣିବା ପାଈଁ ପହଞ୍ଚିଥିଲେ l ସ୍ଥାନୀୟ ଲୋକେ ମଧ୍ୟ ହୀରାକୁଦ ଅଞ୍ଚଳରେ ଥିବା ଅନେକ ସମସ୍ୟାକୁ ନେଇ କମିଶନଙ୍କ ଠାରେ ଅଭିଯୋଗ କରିଥିଲେ l ବିଶେଷ ଭାବରେ ରାସ୍ତାଘାଟ ସମସ୍ୟା, ଡ୍ରେନ ସମସ୍ୟା ଓ ଆବର୍ଜନା ପରିଚାଳନାକୁ ନେଇ ଅଭିଯୋଗ କରିଥିଲେ l କମିଶନର ଲୋକଙ୍କ ସମସ୍ୟା ଶୁଣିବା ପରେ ଏହାର କିପରି ଶୀଘ୍ର ସମାଧାନ ହେଇ ପାରିବ ସେନେଇ କାର୍ଯ୍ୟ କରିବେ ବୋଲି କହିଥିଲେ l