କୁଚିଣ୍ଡା: ସାଲୋହି ଆଶ୍ରମ ସ୍କୁଲ୍ ରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ
ବାମରା ବ୍ଲକ କେସାଇବାହାଲ ପଞ୍ଚାୟତ ଅନ୍ତର୍ଗତ ସାଲୋହି ଆଶ୍ରମ ସ୍କୁଲ୍ ରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେସାଇବାହାଲ ସାଧନ ସହାୟକ ସଞ୍ଜୟ ପଟେଲ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଶନିବାର ଆୟୋଜିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମ ରେ କେସାଇବାହାଲ ଓ କବରି ବାହାଲ ପଞ୍ଚାୟତ ର ବିଭିନ୍ନ ସ୍କୁଲ ରୁ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ନୃତ୍ୟ ଗୀତ ସମେତ ଅନ୍ୟାନ୍ୟ ପ୍ରତିଯୋଗିତାରେ ଭାଗ ନେଇ ଥିଲେ। ଏହି ଅବସର ରେ ବାମରା ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ହୃଦାନନ୍ଦ ପ୍ରଧାନ ଯୋଗ ଦେଇ ଉତ୍ସାହିତ କରିଥିଲେ।