ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଗଁଦିଆ ଠାରେ ସ୍କୁଟି ଦୁର୍ଘଟଣାରେ ବାଲୁକା ଶିଳ୍ପୀ ଦୁଃଖବନ୍ଧୁ ପାତ୍ରଙ୍କ ଗୋଡ଼ ଭାଙ୍ଗିଲା
ଢେଙ୍କାନାଳ ଜିଲ୍ଲା ଗଁଦିଆ ଠାରେ ନିଜ ଘରୁ ବଜାରକୁ ଆସୁଥିବା ବେଳେ ଦୁର୍ଘଟଣା ଘଟି ଜିଲ୍ଲାର ବିଶିଷ୍ଟ ବାଲୁକା ଶିଳ୍ପୀ ଦୁଃଖ ବନ୍ଧୁ ପାତ୍ରଙ୍କ ଗୋଡ଼ ଭାଙ୍ଗି ଯାଇଛି। ଆଜି ତା ୧୨।୧୧।୨୫ ରିଖ ଅପରାହ୍ନ ୪ ଘଣ୍ଟା ସମୟରେ ଶ୍ରୀ ପାତ୍ର ଭୂବନେଶ୍ୱରର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ସୂଚନା ଅନୁସାରେ ଶ୍ରୀ ପାତ୍ର ରବିବାର ଦିନ ସକାଳ ୯ ଟା ସମୟରେ ନିଜ ଘରୁ କାମକୁ ବାହାରିଥିବା ବେଳେ ହଠାତ୍ ଏକ ବିଲେଇକୁ କୁକୁର ପଡୁଥିବା ବେଳେ କୁକୁରଟି ସ୍କୁଟିରେ ମାଡ଼ ହେବାରୁ ସେ ସ୍କୁଟିରୁ ପଡ଼ିଯାଇଥିଲେ। ଫଳରେ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିଲା।