ଶନିବାର ଘଣ୍ଟାପଡା ପୋଲିସ ଲୁଣ୍ଡୁରୁ ସଂରକ୍ଷିତ ଜଙ୍ଗଲର 75 ଏକର ଜମିରେ ଲାଗିଥିବା ଗଞ୍ଜେଇ ଚାଷକୁ ନଷ୍ଟ କରିଥିବା ସୂଚନା ମିଳିଛି | ମିଳିଥିବା ସୂଚନା ଅନୁଯାୟୀ ଲୁଣ୍ଡୁରୁ ସଂରକ୍ଷିତ ଜଙ୍ଗଲରେ ବେଆଇନ୍ ଗଞ୍ଜେଇ ଚାଷ ହୋଇଥିବା ଖବର ପାଇ ଆରକ୍ଷୀ ଅଧୀକ୍ଷକ ରାହୁଲ୍ ଗୋୟଲଙ୍କ ନିର୍ଦ୍ଦେଶ କ୍ରମେ ଘଣ୍ଟା ପଡା ଥାନା ପୋଲିସ ପକ୍ଷରୁ ଆଜି ଚଢାଉ କରାଯାଇଥିଲା l ସେହି ସ୍ଥାନର 75 ଏକର ଜମିରୁ ପ୍ରାୟ 75500 ଟି ଗଞ୍ଜେଇ ଗଛକୁ କାଟି ପୋଡ଼ି ନଷ୍ଟ କରା ଯାଇଥିଲା l