ଚାନ୍ଦବାଲି: ନରେନ୍ଦ୍ରପୁରରେ ମା ପାଟଣାମଙ୍ଗଳା ପିଠ ପରିଦର୍ଶନ କଲେ ବିଜେପି ରାଜ୍ୟ ସଭାପତି ମନ ମୋହନ ସାମଲ l
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନରେନ୍ଦ୍ରପୁରରେ ମା ପାଟଣ ମଙ୍ଗଳା ପିଠକୁ ରବିବାର ଅପରାହ୍ନ ପରିଦର୍ଶନ କରିଛନ୍ତି l ପିଠରେ ପହଁଚିବା ପରେ ଦଳୀୟ କର୍ମୀ ମାନେ ତାଙ୍କୁ ସ୍ୱାଗତ କରିବା ସହ ପିଠକୁ ପାଛଟି ନେଇଥିଲେ l ମାଙ୍କ ଦର୍ଶନ କରିବା ସହ ପିଠରେ କର୍ମୀ ମାନଙ୍କ ସହ ଆଲୋଚନା କରିବା ପରେ ଜଳେଶ୍ୱରପୁର ଗ୍ରସ୍ଥ କରିଥିଲେ l ଏହି ପରିଦର୍ଶନରେ ବିଜେପି ଜିଲ୍ଲା ଉପସଭାପତି କମଳାକାନ୍ତ ସୂତାର, ମିତ୍ରଭାନୁ ଦାସ, ଅନାଦି ବାରିକ,ପ୍ରତାପ ରାୟ,ବରିଷ୍ଠ ନେତା ପୂର୍ଣ୍ଣଚନ୍ଦ୍ର ପାଣି, କାନୁ ବେହେରା,ଉପେନ୍ଦ୍ର ରାଉଳ,ପ୍ରମୁଖ ଉପସ୍ଥିତ ଥିଲେ