ରାଉରକେଲା ମ୍ୟୁନିସିପାଲଟି: ରାଉରକେଲା ପୋଲିସ କୁ ବଡ ସଫଳତା, ଗାଡି ଚୋରି ରାକେଟ କିଙ୍ଗପିନ୍ ୩ ଗିରଫ, ନିଜ କାର୍ଯ୍ୟାଳୟରେ ସୂଚନା ଦେଲେ ଏସପି
ରାଉରକେଲା ପୋଲିସ କୁ ମିଳିଛି ବଡ ସଫଳତା। ରଘୁନାଥପାଲି ଥାନା ପୋଲିସ୍ ଭେଟରାନ୍ ଅପରାଧୀ କାହ୍ନୁ ନାୟକ ଏବଂ ତାଙ୍କ ଦୁଇ ସହଯୋଗୀ କୁ ଗିରଫ କରିବା ସହ ୭ ଟି ଚୋରି ଯାଇଥିବା ବୋଲେରୋ ଗାଡ଼ି ଏବଂ ୪ ଟି ବାଇକ୍ ଜବତ୍ କରିଛନ୍ତି। ଡୁପ୍ଲିକେଟ୍ ଚାବି ସାହାଯ୍ୟରେ ଏହି ଗ୍ୟାଙ୍ଗ ରାଉରକେଲା ତଥା ଆଖପାଖ ଅଞ୍ଚଳରୁ ଗାଡ଼ି ଚୋରି କରୁଥିଲେ।ନିଜ କାର୍ଯ୍ୟାଳୟରେ ଗୁରୁବାର ଅପରାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ରାଉରକେଲା ଏସପି ।