କଟକ ପୌରାଞ୍ଚଳ: ଦେବୀଗଡ଼ା ବିସର୍ଜନ ପୋଖରୀରେ ଅବିରତ ଜଳ ଯୋଗାଣ ପାଇଁ କେଏମସିର ନୂଆ ପଦକ୍ଷେପ
ଦୁର୍ଗାପୂଜା ବିସର୍ଜନ ସମୟରେ ପାଣି ସମସ୍ୟା ଏଡାଇବା ପାଇଁ କଟକ ମହାନଗର ନିଗମ ଦେବୀଗଡା ପୋଖରୀ ନିକଟରେ କୂଅ ନିର୍ମାଣ ସହ ଜଳଭଣ୍ଡାରର ବ୍ୟବସ୍ଥା କରିଛି । କାଠଯୋଡ଼ି ନଦୀରେ ପାଣି କମ ଥିବାରୁ ଏହି ପଦକ୍ଷେପ ନିଆଯାଇଛି ।