ବରିଷ୍ଠ ବିଜେପି ନେତା ତଥା ଜିଲ୍ଲା ପରିଷଦ ସଭ୍ୟ ଦିବ୍ୟରାଜ୍ କିଷାନ ଙ୍କ ସମେତ କେତେକ ଚାଷୀ ମାନେ ଶୁକ୍ରବାର ଦିନ ଧାନ ବିକ୍ରୟ ପାଇଁ କୁଚିଣ୍ଡା ମନ୍ଦିକୁ ଆଣି ପକାଇ ଥିବା ବେଳେ ତାଙ୍କ ଧାନ ଉଠିବା ପରିବର୍ତ୍ତେ କେତେକ ବ୍ୟକ୍ତି ମଣ୍ଡିରେ ଧାନ ନ ପକାଇ ବେଆଇନ ଭାବେ ସିଧାସଳଖ ଟ୍ରକ୍ ରେ ମିଲକୁ ପଠାଉଥିବା ଚାଷୀ ମାନେ ଅଭିଯୋଗ ଆଣି ଥିଲେ। ଏହାକୁ ବିରୋଧ ଜଣାଇ ସେମାନେ ଧାରଣା ରେ ବସି ରହିଥିବା ବେଳେ ପ୍ରଶାସନିକ ଅଧିକାରୀ ମାନେ ତାଙ୍କୁ ବୁଝାସୁଝା କରିବା ପରେ ସେମାନେ ଆନ୍ଦୋଳନ ରୁ ଓହରିଯାଇଥିବା ସୂଚନା ରହିଛି।