ଅଭିନବ ଢଙ୍ଗରେ ଚାଷୀଙ୍କ ପ୍ରତିବାଦ | ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୀର୍ତନ କରି ଚାଷୀଙ୍କ ପଞ୍ଜିକରଣ କରାଯାଉ ବୋଲି ଦାବି କରିଛନ୍ତି | ସୋମବାର ରାତ୍ରି 8.30 ମିନିଟ ସମୟରେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସିଥିବା ଚାଷୀ କୀର୍ତନ କରି ସମସ୍ତ ବାଦ ପଡ଼ିଥିବା ଚାଷୀଙ୍କ ପଞ୍ଜିକରଣ କରାଯାଉ ବୋଲି ଦାବି କରାଯାଇଛି | ଅମ୍ବାଭନା ଭାଗବତ ସଂକୀର୍ତନ ମଣ୍ଡଳୀ ଆସି ଭାଗବତ କୀର୍ତନ ପରିବେଶ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।