ବିବାହର ପ୍ରତିଶ୍ମୃତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ ପରେ ୬ ମାସର ଗର୍ଭବତୀ ଥିବା ନାବାଳିକା ପ୍ରେମିକାଙ୍କୁ ପ୍ରତାରଣା ଅଭିଯୋଗରେ ପ୍ରେମିକ ଗିରଫ । ଗିରଫ ଯୁବକ ରିଆମାଳ ଥାନା ଦଶଘରିଆ ଗ୍ରାମର ଶଙ୍କର ପାତ୍ର ବୋଲି ଜଣାପଡିଛି । ଅଭିଯୋଗ ଅନୁଯାୟୀ ରିଆମାଳ ଥାନା ଅଂଚଳର ଜଣେ ନାବାଳିକାଙ୍କ ସହିତ ଶଙ୍କରର ପ୍ରେମ ସମ୍ପର୍କ ରହିଥିଲା । ଏହାର ସୁଯୋଗ ନେଇ ପ୍ରେମିକାଙ୍କୁ ବିବାହର ପ୍ରତିଶ୍ମୃତି ଦେଇ ଶଙ୍କର ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲା । ଏହାରି ଭିତରେ ପିଡିତା ୬ ମାସର ଗର୍ଭବତୀ ଅଛନ୍ତି । ମାତ୍ର ବିବାହ ପାଇଁ ପ୍ରସ୍ତାବ ଦେବାରୁ ଶଙ୍କର ଧରାଛୁଆଁ ଦେଉନଥିବା ଅଭିଯୋଗ ହୋଇଥିଲା ।