ନର୍ଲା: ଡ଼ଙ୍ଗରମୁଣ୍ଡା ଗ୍ରାମର ବାଲୁକା ଶିଳ୍ପୀ ଙ୍କ ଦ୍ଵାରା ମୋବାଇଲ ବିକିରଣ ସଚେତନତା ଉପରେ ବାଲୁକା କଳା ପ୍ରଦର୍ଶନୀ।
ଆଜିକାର ଦୈନନ୍ଦିନ ଜୀବନରେ
ଆଜିକାର ଦୈନନ୍ଦିନ ଜୀବନରେ ମୋବଇଲ ଫୋନର ବ୍ୟବହାର ଧନୀ - ଗରିବ ସମସ୍ତଙ୍କ ଅପରିହାର୍ଯ୍ୟ ହୋଇ ପଡିଛି, କିନ୍ତୁ ଏହାର ଅତ୍ୟନ୍ତ ବ୍ୟବହାର ଯୋଗୁଁ ବର୍ତ୍ତମାନ ବିଶେଷ କରି ଛୋଟ ଶିଶୁ ଓ ଯୁବକଙ୍କ ଉପରେ ଅତ୍ୟନ୍ତ ଖରାପ ପ୍ରଭାବ ପଡୁଛି l ଇଣ୍ଟର୍ନେଟରୁ ଭଲ ଜିନିଷ ଶିଖିବା ବଦଳରେ ଅଶ୍ଳୀଳତା ଓ ନଗ୍ନତାର ପ୍ରଚାର ପ୍ରସାର ସହ ମୋବଇଲ ବିକିରଣ ଛୋଟ ଶିଶୁଙ୍କ ମାନସିକ ବିକାଶରେ ବାଧକ ସାଜିଅଛି l ସ୍ମରଣ ଶକ୍ତି ଓ ଦୃଷ୍ଟି ଶକ୍ତିର ଅବକ୍ଷୟ ସହିତ ଅନିଦ୍ରା ମୁଣ୍ଡ ବିନ୍ଧା ଭଳି ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି l