ସାଇବର ଅପରାଧର ଶିକାର ହେଲେ ଯୁବକ । ଅଜାଣତରେ ବ୍ୟାଙ୍କ ଆକାଉଂଟରୁ ୧୧ ଲକ୍ଷ ୫୦ ହଜାର ଟଙ୍କା କଟି ଯାଇଥିବା ଅଭିଯୋଗ ହୋଇଛି । ଦେବଗଡ ଥାନା ବଳମ ଗ୍ରାମର ଜନ୍ମାଜୟ ବେହେରା (୩୫)ଙ୍କ ଏଚ୍ଡିଏଫ୍ସି ବ୍ୟାଙ୍କ ଆକାଉଂଟରୁ ଉକ୍ତ ଟଙ୍କା କଟି ଯାଇଥିବା ଅଭିଯୋଗ ହୋଇଛି । ଆଜି ଦିନ ପ୍ରାୟ ୧୦.୪୫ରେ ଜନ୍ମାଜୟଙ୍କ ମୋବାଇଲକୁ ୩ ଟି ମେସେଜ ଆସିଥିଲା । ଉକ୍ତ ମେସେଜରୁ ସେ ଜାଣିବାକୁ ପାଇଥିଲେ ତାଙ୍କ ବ୍ୟାଙ୍କ ଆକାଉଂଟରୁ ୫ ଲକ୍ଷ ଟଙ୍କା ଲେଖାଏଁ ୨ ଥର ଏବଂ ୫୦ ହଜାର ଟଙ୍କା ଲେଖାଏଁ ୩ ଥର କଟିଯାଇଛି ।