ଯାଜପୁର: ଜିଲ୍ଲା ପ୍ରଦୂଷଣ ବିଭାଗ ପକ୍ଷରୁ ବ୍ୟାସନଗର ସ୍ଥିତ ସଂସ୍କୃତି ଭବନ ପରିସରରେ ଜାତୀୟ ପ୍ରଦୂଷଣ ନିବାରଣ ଦିବସ ପାଳିତ
ଜିଲ୍ଲା ପ୍ରଦୂଷଣ ବିଭାଗ ପକ୍ଷରୁ ବ୍ୟାସନଗର ସ୍ଥିତ ସଂସ୍କୃତି ଭବନ ପରିସରରେ ଜାତୀୟ ପ୍ରଦୂଷଣ ନିବାରଣ ଦିବସ ପାଳିତ ହେଇଯାଇଛି l ଆଜି ଜିଲ୍ଲା ପ୍ରଦୂଷଣ ବିଭାଗ ଅଧିକାରୀ ମଦନମୋହନ ସାହୁଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନନ୍ଦ ପ୍ରଦୂଷଣ କିଭଳି ରୋକାଯିବ ଓ ପଲିଥିନ ବ୍ୟବହାର ନ କରିବା ପାଇଁ ପରମାର୍ଶ ଦେଇଥିଲେ l