ଉମରକୋଟ: ଆଜି ରାଇଘର ସ୍ତିତ ତପନ କଲ୍ୟାଣ ମଣ୍ଡପ ଠାରେ ମୁକ୍ତି ଲାଭ କଲା କ୍ଷୁଦ୍ର ଚଳଚ୍ଚିତ୍ର "ରିଲୋ ରିଲୋ"
ରାଇଘର ସ୍ଥାନୀୟ ମୁଖ୍ୟ ଦପ୍ତରସ୍ଥ ରତ୍ନମଞ୍ଜରୀ ଆର୍ଟ ନିବେଦିତ କ୍ଷୁଦ୍ର ଚଳଚ୍ଚିତ୍ର ରିଲୋ ରିଲୋ ଆଜି ତପନ କଲ୍ୟାଣ ମଣ୍ଡପ ଠାରେ ରାତ୍ର 8 ଟା ରେ ମୁକ୍ତିଲାଭ କରିଛି। ପୂର୍ବରୁ ରତ୍ନମଞ୍ଜରୀ ଆର୍ଟ ତରଫରୁ ମୃତ୍ୟୁର ଶବ୍ଦ,କଞ୍ଚାମାଟି, ଆଶା ଇତ୍ୟାଦି କ୍ଷୁଦ୍ର ଚଳଚ୍ଚିତ୍ର ଗୁଡିକ ସଫଳତାର ସହିତ ଦର୍ଶକ ମାନଙ୍କ ହୃଦୟକୁ ଛୁଇଁପାରିଥିବା ବେଳେ ଏହା ହେଉଛି ଅନୁଷ୍ଠାନ ର ଚତୁର୍ଥ କ୍ଷୁଦ୍ର ଚଳଚ୍ଚିତ୍ର।