ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଡୁଡୁଗା, ବାଞ୍ଜିପଡା, ଭଅଁରଖୋଲ ଖୋଲଜାମକାନି ଅଂଚଳରେ ବୁଲୁଛି ବଣୁଆ ଦନ୍ତା ହାତୀ l ଆଜି ରାତି ପ୍ରାୟ ୮ ଟା ୩୦ ସମୟରେ ବାଞ୍ଜି ପଡା ନିକଟରେ ହାତୀ ଥିବା ଫୋଟୋ ଭିଡିଓ ଭାଇରାଲ ହୋଇଛି l ଗତ କିଛିଦିନ ହେବ ଏହି ହାତୀ ଟି ଭଅଁରଖୋଲ ଅଂଚଳରେ ବୁଲୁଥିବାବେଳେ ବନ ବିଭାଗ ପକ୍ଷରୁ ଆଖପାଖ ଗ୍ରାମରେ ଲୋକଙ୍କୁ ସଚେତନ କରାଯାଇଛି ଏବଂ ଝାରସୁଗୁଡା ବନ ବିଭାଗ ପକ୍ଷରୁ ହାତୀ ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି l ଅନ୍ୟପଟେ ବନ ବିଭାଗ ଅଧିକାରି ମାନେ ହାତୀ କ୍ଷତି ଘଟାଉଥିବା ଗାଁ କୁ ଯାଇ କ୍ଷୟକ୍ଷତି ଆକଳନ ମଧ୍ୟ କରୁଛନ୍ତି l