ଆନନ୍ଦପୁର: ଗୋରୁ ବୋଝେଇ ଗାଡି କୁ ଅଟକ ରଖିଲେ ଛେନାପଦି ଗ୍ରାମର ଯୁବକ
ଦୁଇଟି ଆଇଚର ଗାଡ଼ିରେ ଅନେକ ଗୋରୁ ଅତି ଦୟନୀୟ ଅବସ୍ଥାରେ ଚାଲାଣ ହେଉଥିବା ବେଳେ ଛେନାପଦି ଗାଁ ନିକଟରେ କିଛି ଯୁବକ ଆଜି ସନ୍ଧ୍ୟା୫ଟା ଗାଡି ଦୁଇଟି ଅଟକ ରଖିଛନ୍ତି। ଅସୁରକ୍ଷିତ ଭାବେ ଗୋରୁ ଗୁଡିକୁ ଚାଲାଣ କରାଯାଉ ଥିବା ବେଳେ ଅନେକ ଗୋରୁ ଖଣ୍ଡିଆ ଖବରା ହୋଇଛନ୍ତି। କିଏ ଓ କାହିଁକି ଏବଂ କେଉଁଠାକୁ ଚାଲାଣ କରୁଥିଲା ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ନନ୍ଦିପଦା ପୋଲିସ ପହଞ୍ଚି ଗାଡି ଡ୍ରାଇଭରଙ୍କୁ ପଚରା ଉଚୁରା କରି ତଦନ୍ତ ଚଳାଇଛି।