ଧରାକୋଟ: ବ୍ଳକ ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ମିଳିତ ଜନ ଶୁଣାଣି
ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ କାର୍ଯ୍ୟାଳୟ ପରିସରରେ ଗଂଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ଓ ଗଂଜାମ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର ଙ୍କ ମିଳିତ ଭାବେ ଯୁଗ୍ମ ଜନ ଶୁଣାଣି କରିଛନ୍ତି । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ୱାଇଁ,ଭଞ୍ଜନଗର ଉପ ଜିଲ୍ଲାପାଳ ଉମା ଶଙ୍କର ବେହେରା, ତହସିଲଦାର ଲମ୍ବୋଦର ମାରାଣ୍ଡି, ବି ଡି ଓ ସଂଗ୍ରାମ କେଶରୀ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ। ବ୍ଲକର ଅଠର ଗୋଟି ପଞ୍ଚାୟତ ରୁ ଆସିଥିବା 148 ଜଣ ଲୋକ ନିଜ ନିଜର ବିଭିନ୍ନ ଅଭିଯୋଗ ଅନ ଲାଇନ ରେ ପଞ୍ଜୀକରଣ କରି ଦାଖଲ କରିଥିଲେ ।