ଦେବଗଡ଼ ଜିଲ୍ଲାରେ ଅଧିକ ଡାକ୍ତର ନିଯୁକ୍ତି ଓ ପୁରୁଣା ଡାକ୍ତରଖାନାରେ 24 ଘଣ୍ଟିଆ ସ୍ଵାସ୍ଥ୍ୟ ସେବା ପାଇଁ ବିଧାନସଭାରେ ଆଜି ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ ଦାବି ଉପସ୍ଥାପନ କରିଥିଲେ। ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହାର ଉତ୍ତର ରଖିଛନ୍ତି। ଏନେଇ ଆଜି ସନ୍ଧ୍ୟା 7 ଟାରେ ବିଧାୟକ ଶ୍ରୀ ବିଶ୍ଵାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।