କୁଚିଣ୍ଡା ସ୍ଥିତ କଲେଜ୍ ପଡ଼ିଆ ଠାରେ ବ୍ଲକ ସ୍ତରୀୟ ସାନ୍ସଦ କ୍ରୀଡା ମହୋତ୍ସବ ବୁଧବାର ଦିନ ଉଦଘାଟିତ ହୋଇ ଯାଇଛି। ଏହାର ଉଦଘାଟନୀ ଉତ୍ସବରେ ବିଧାୟକ ପ୍ରତିନିଧି ଶୁସିଲ କୁମାର କର, ସାନ୍ସଦ ପ୍ରତିନିଧି ଅରୁଣ ଅଗ୍ରୱାଲ, ମହିଳା ନେତ୍ରୀ ଅନୁପମା ନାଏକ, ଜିଲ୍ଲା ପରିଷଦ ସଭ୍ୟ ଦିବ୍ୟରାଜ କିସାନ ଓ ବିଡ଼ିଓ ଜୟନ୍ତ ସାହୁ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଦୁର୍ଗମ ଓ ଗ୍ରାମାଞ୍ଚଳର ପ୍ରତିଭାବାନ ଖେଳାଳିଙ୍କୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟ ନେଇ ଆୟୋଜିତ ହୋଇଥିବା ଅତିଥି ମାନେ କହିଥିଲେ।