ଦେବଗଡ ନୂତନ ବସଷ୍ଟାଣ୍ଡ ଖୁବଶିଘ୍ର କାର୍ଯ୍ୟକ୍ଷମ ନିମନ୍ତେ ଜିଲ୍ଲା ପ୍ରଶାସନ ଲକ୍ଷ ରଖିଛି । ଏଥିପାଇଁ ଆବଶ୍ୟକ ଭିତିଭୂମିର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଆସନ୍ତା ୧୭ ତାରିଖ ଶୁଭାରମ୍ଭ ପାଇଁ ଧାର୍ଯ୍ୟ କରାଯାଇଛି । ଦେବଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବିକାଶ ଭବନ ସମ୍ମିଳନୀ କକ୍ଷରେ ଏନେଇ ଆଜି ସନ୍ଧ୍ୟା ୬ ଟାରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।