ଭୋଗରାଇ: ତାଳସାରି ସମୁଦ୍ରର ଜୁଆର ମାଡ଼ରେ ଭାଙ୍ଗିଲା ୭ ଟି ଦୋକାନ ଘର ଓ ପାଣି ଟାଙ୍କି ,ମରାମତି ଦାବି କଲେ ଲୋକେ
ଜୁଆର ମାଡରେ ତାଳସାରୀର ୭ଦୋକାନ, ପାଣି ଟାଙ୍କି ଭୁଶିଡିଲା ସମୁଦ୍ରର ଜୁଆର ମାଡ଼ରେ ତାଳସାରୀ ମତ୍ସ୍ୟ ଅବତରଣ କେନ୍ଦ୍ର ସଂଲଗ୍ନ ୭ଟି ଦୋକାନ ଘର ଏବଂ ୧ହଜାର ଲିଟର ଜଳ ଧାରଣ କ୍ଷମତା ସମ୍ପନ୍ନ ପାଣି ଟାଙ୍କି ସମୁଦ୍ର ଗର୍ଭକୁ ଚାଲି ଯାଇଛି । ଏବେ ମତ୍ସ୍ୟ ଅବତରଣ କେନ୍ଦ୍ର ସମ୍ପୂର୍ଣ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ପ୍ରଶାସନ ଏଥିପ୍ରତି ତୀକ୍ଷ୍ଣ ନଜର ଦେବାକୁ ସାଧାରଣରେ ଦାବୀ ହେଉଛି ।