କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ କନକ ପୁର ଠାରେ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ସ୍ତରୀୟବିଜୁ ଜନତା ଦଳର ୨୯ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଅଛି। ଜୟପାଟଣା ବ୍ଲକ ବିଜୁ ଜନତାଦଳ ର ସଭାପତି ମିନକେତନ ପୁଝାରୀ ଙ୍କ ସଭାପତିତ୍ବରେ ଆଜି ଶୁକ୍ରବାର ପୂର୍ବାହ୍ନ ଏଗାରଟା ସମୟରେ ଆୟୋଜିତ ହୋଇ ଅପରାହ୍ନ ଚାରିଟା ସମୟରେ ଉଦଯାପନୀ ହୋଇଯାଇଛି। କାର୍ଯ୍ୟକ୍ରମରେ ମଲାଞ୍ଜିଗଡ଼ ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ।