ରାଉରକେଲା ବନଖଣ୍ଡ ପକ୍ଷରୁ ଗଜ ରକ୍ଷା ଜନ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ ବିରମିତ୍ରପୁର ରେଞ୍ଜ ଓ ବିଶ୍ରା ରେ ଆଜି ଅନୁଷ୍ଠିତ ହୋଇଥିଲା। ଗୁରୁବାର ପୂର୍ବାହ୍ନରେ ରାଉରକେଲା ଡ଼ିଏଫଓ ଯଶୋବନ୍ତ ସେଠି ଙ୍କ ନିର୍ଦେଶ କ୍ରମେ ହାତିବାରୀ ହାଟ ଓ ନୂଆଗାଁ ହାଟ ଠାରେ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା lବିରମିତ୍ରପୁର ରେଞ୍ଜର ସୁଦେଷ୍ନା ଶୁଭଦର୍ଶିନୀ ପ୍ରଧାନ, ହାତିବାରୀ ଫରେଷ୍ଟର ସୁଶୀଲ କେରକେଟା, ଫରେଷ୍ଟ ଗାର୍ଡ ସବିତା ରଣା, ସ୍କ୍ୱାୱାଡ ଆକାଶ ଶେଖର ଦେଓ, ଗାଜସାଥି ପରମେଶ୍ୱର, ସମର୍ଜିତ ମିଞ୍ଜ ପ୍ରମୁଖ ଉପସ୍ଥିତ ଥିଲେ l