ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଧୁଲୁଣ୍ଡା ଗ୍ରାମରେ ଶ୍ରବଣ କୁମାର ଵୃଦ୍ଧ ପିତାମାତା ସେବା ସଂସ୍ଥାନ ପକ୍ଷରୁ ପୂର୍ବାହ୍ନ ୧୦ଟାରେ ତ୍ରୟ ମାସିକ ଗୃହ ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏହି ଅବସରରେ ଶ୍ରବଣ କୁମାର ବୃଦ୍ଧ ପିତାମାତା ସେବା ସଂସ୍ଥାନର ସଭାପତି ବେଣୁଧର ଦେହେରୀଙ୍କ ନେତୃତ୍ୱରେ ଗଗନ ବିହାରୀ ବିଶ୍ୱାଳ,ଆନନ୍ଦ ବିଶି, ବୋଧରାମ ଭୋଇ ପ୍ରମୂଖ ବରିଷ୍ଠ ସଦସ୍ୟ ଘରକୁ ଘର ଯାଇ ଵୃଦ୍ଧ ପିତାମାତାଙ୍କ ସ୍ୱାସ୍ଥ୍ୟବସ୍ଥା ସହ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଏବଂ ଲଖନପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ