ରାଉରକେଲା କମିଶନର ଦୀନା ଦସ୍ତଗୀର୍ ବୁଧବାର ସକାଳେ ପାନପୋଷ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସ୍ବାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଭିତ୍ତିଭୂମିର ତଦାରଖ କରିଛନ୍ତି । ଏହି ଅବସରରେ ସେ ଡାକ୍ତରଖାନାରେ ଉପଲବ୍ଧ ଚିକିତ୍ସା ସୁବିଧା ବାବଦରେ ଡାକ୍ତର ତଥା ସ୍ୱାସ୍ଥ୍ୟ କର୍ମୀଙ୍କ ଠାରୁ ପଚାରି ବୁଝିଛନ୍ତି ।