କଟକ ପୌରାଞ୍ଚଳ: ପୁରୀଘାଟ ନିକଟରୁ ସାଢ଼େ ୬ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ସହ ଜଣକୁ ଗିରଫ କଲା ଅବକାରୀ ବିଭାଗ
କଟକ ପୁରୀଘାଟ ନିକଟରୁ ସାଢ଼େ ୬ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ। ଜଣେ ଗିରଫ। ପୁରୀଘାଟ ନିକଟରୁ ଏହି ବ୍ରାଉନ ସୁଗାର ଜବତ କରିଛି କଟକ ଜିଲ୍ଲା ଅବକାରୀ ବିଭାଗ ଟିମ। ଗିରଫ ବେପାରୀ ଜଣକ ହେଲା ପ୍ରକାଶ କୁମାର ବାରିକ। ତା ନିକଟରୁ ୬୫ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ରବିବାର ସନ୍ଧ୍ୟା ୫ ଟା ସମୟରେ ଏହି ବ୍ରାଉନ ସୁଗାର ଜବତ କରାଯାଇଥିଲା। ଅଭିଯୁକ୍ତକୁ ଆଜି ସନ୍ଧ୍ୟା ୭ ଟା ସମୟରେ କୋର୍ଟ ଚାଲାଣ କରାଯାଇଛି।