ରିଆମାଳ ଥାନା ଅଞ୍ଚଳରେ ଜଣେ ୨୦ ବର୍ଷିୟା ଯୁବତୀ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ରିଆମାଳ ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦର୍ଜିମୁଣ୍ଡା ଗ୍ରାମର କଳାକର ପ୍ରଧାନ (୫୦) ବୋଲି ଜଣାପଡିଛି । ମାତ୍ର ଜାମିନ ଆବେଦନ ଖାରଜ ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ନେଇ ଶନିବାର ରାତି ୧୦ ଟାରେ ପୋଲିସ ଠାରୁ ସୂଚନା ମିଳିଛି ।ପ୍ରାୟ ୧ ମାସ ପୂର୍ବରୁ ଯୁବତୀକୁ ଜଙ୍ଗଲକୁ ଡାକି ଦୁଷ୍କର୍ମ କରିଥିବା ବେଳେ କିଛି ଦିନ ପୂର୍ବରୁ ସେହି ଯୁବତୀକୁ ଅସଦାଚରଣ କରିଥିଲା।