ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଳକ ଅନ୍ତର୍ଗତ ସାହାଜବାହାଲ ଗ୍ରାମରେ ଜଣେ ବ୍ୟକ୍ତି ଘରେ ଗୋ ମାଂସ ରଖିଥିବା ବଡ଼ଗାଁ ପୋଲିସ ଠାରେ ଅଭିଯୋଗ କ୍ରମେ ପୋଲିସ ସଂପୃକ୍ତ ବ୍ୟକ୍ତି ଙ୍କୁ ଗିରଫ କରିଛି। ଘଟଣା ଅନୁଯାୟୀ, ଏହି ଗ୍ରାମର ଲିଙ୍ଗ ରୋହିଦାସ (୫୦) ଙ୍କ ଘରେ ଗୋ ମାଂସ ରଖାଯାଇଥିବା ଗ୍ରାମର କେତେକ ବ୍ୟକ୍ତି ରବିବାର ପୂର୍ବାହ୍ନ 11 ଟା ରେ ବଡ଼ଗାଁ ଥାନା ପୋଲିସ କୁ ସୂଚନା ଦେଇଥିଲେ। ବଡ଼ଗାଁ ଥାନା ସବ୍ ଇନ୍ସପେକ୍ଟର ସୁନିଲ ଚନ୍ଦ୍ର ମହନ୍ତ, ଏଏସଆଇ ବୋନିସନ ନାଏକ ମଧ୍ୟାହ୍ନ ୧ ଟାରେ ପୋଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ପଦକ୍ଷେପ ଗ୍ରହଣ କରିଥିଲେ।