ବୁଧବାର ଦିନ କଣ୍ଟାମାଳ ବ୍ଲକ କଂଗ୍ରେସ କମିଟି ପକ୍ଷରୁ କଣ୍ଟାମାଳ ତେଲ ନଦୀ ଖଣ୍ଡିରେ ବନ୍ଧୁ ମିଳନ ଓ ଚା ପେ ଚର୍ଚ୍ଚl କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀମତୀ ବିନ୍ଧ୍ୟାବିନୀ ସାହୁ ଅତିଥି ଭାବରେ ଯୋଗ ଦେଇ ସମସ୍ତ କର୍ମୀଙ୍କୁ ସ୍ବାଗତ କରିଥିଲେ | ଉକ୍ତ ଅବସରରେ ଦଳୀୟ ସଂଗଠନ ଉପରେ ଆଲୋଚନା ହୋଇଥିଲା | କେନ୍ଦ୍ର ଓ ରାଜ୍ୟ ରେ ଶାସନ କରୁଥିବା ଡବଲ୍ ଇଞ୍ଜିନ୍ ସରକାର ଲୋକଙ୍କ ମୌଳିକ ସମସ୍ୟା ସମାଧାନରେ ବିଫଳ ହୋଇଥିବା ବେଳେ ତାହା ଲୋକଙ୍କୁ ସଚେତନ କରାଇବା ପାଇଁ ଆହ୍ବାନ ଦେଇଥିଲେ |