ଦେବଗଡ ଜିଲ୍ଲା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନୂତନ ଭାବେ ନିଯୁକ୍ତ ସରକାରୀ ଓକିଲ ମାନେ ଆଜି କାର୍ଯ୍ୟରେ ସମୂହ ଯୋଗଦାନ କରିଛନ୍ତି । ନବ ନିଯୁକ୍ତ ସମସ୍ତ ସରକାରୀ ଓକିଲ ଆଜି ଦିନ ପ୍ରାୟ ୧୨ ଟାରେ ଦେବଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିବା ସହିତ ନିଜ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଜିଲ୍ଲା ନ୍ୟାୟାଳୟର ବିଭିନ୍ନ ଅଦାଲତ ପାଇଁ ରାଜ୍ୟ ସରକାର ସମୁଦାୟ ୨୯ ଜଣଙ୍କୁ ସରକାରୀ ଓକିଲ ଭାବେ ନିଯୁକ୍ତ କରିଛନ୍ତି ।