ଢେଙ୍କାନାଳ ସଦର: ସପ୍ତଶଯ୍ୟା ଇଣ୍ଡାଲକ ସ୍ପିରିଟ କମ୍ପାନୀ ସହିତ ଆଞ୍ଚଳିକ ସଂଗଠନର ଆଲୋଚନା ଓ ଦାବିପତ୍ର ପ୍ରଦାନ
ଢେଙ୍କାନାଳ ସଦର ବ୍ଲକର କଙ୍କଡାହାଡ, ମଙ୍ଗଳପୁର, ବାଙ୍କୁଆଳ, ବାନାସାହି,ମାଝିସାହି, କମନିଙ୍ଗ ଓ ସପ୍ତସଯ୍ୟା ଗ୍ରାମର ଶହଶହ ଗ୍ରାମବାସୀମାନେ ସପ୍ତଶଯ୍ୟା ଇଣ୍ଡାଲକ ସ୍ପିରିଟ କମ୍ପାନୀ ନିକଟରେ ପହଞ୍ଚି ସେମାନଙ୍କ ନିଯୁକ୍ତି ଦାବି କରିଥିଲେ । ଆଞ୍ଚଳିକ ସଂଗଠନ ପକ୍ଷରୁ କୁମାର ସାହେବ ରାଜିବ ଲୋଚନ ସିଂଦେଓଙ୍କ ଅଧ୍ୟକ୍ଷତାରେ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତରେ କମ୍ପାନୀ କତୃପକ୍ଷଙ୍କ ସହିତ ଅଞ୍ଚଳର ବିଭିନ୍ନ ସମସ୍ୟା ଦୃଷ୍ଟିକୁ ଆଣିଥିବା ବେଳେ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ନେଇ ଆଲୋଚନା କରିଥିଲେ । ଅପରାହ୍ନ ୩ଟାରେ ଏହାକୁ ନେଇ ସେମାନେ ଯାହା ପ୍ରକାଶ କରିଛନ୍ତି।