ଜାନୁୟାରୀ ୧୬ ତାରିଖ ସମୟ ପ୍ରାୟ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ରାଉରକେଲା ଷ୍ଟେସନ ହନୁମାନ ମନ୍ଦିର ପାଖରେ ଭୟଙ୍କର ଗହଳି ହୋଇଗଲା, ସତେ ଯେମିତି ବାହାଘର ଭୋଜି ଦିଆଯାଉଛି, ପ୍ରକୁତ୍ୟ ତଥ୍ୟ ଦେଖିଲା ବେଳକୁ, ପିତା ସ୍ୱରତକୃଷ୍ଣ ଚନ୍ଦ୍ର ସେଠିଙ୍କ ଏକାଦଶାହ କର୍ମ ଉପଲକ୍ଷେ ପୁତ୍ର ସମୀର, ଶ୍ରୀନିବାସ ଓ ପୁତ୍ରୀ ଲିଜା ତଥା ସମ୍ପର୍କୀୟ ଓ କିଛି ସାମାଜସେବୀ ମାନଙ୍କ ସାହାଯ୍ୟରେ ଠିକ ଖାଇବା ସମୟର ଅର୍ଥାତ ଅପରାହ୍ନ ୨ ଟାରୁ ଆରମ୍ଭ କରି ପ୍ରାୟ ୩୦୦ରୁ ଉର୍ଦ୍ୱ ଦରିଦ୍ର ନାରାୟଣଙ୍କୁ ଅନ୍ନ ଭୋଜନ ଓ ବସ୍ତ୍ର ଦାନ କରାଇଥିଲେ