ଛତ୍ରପୁର: ବ୍ରହ୍ମପୁର ଷ୍ଟେସନ ରୋଡ଼ ନିକଟ ଏକ ଲଜରୁ 22 କେଜି ଗଞ୍ଜେଇ ଜବତ ସହ ୩ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କଲା ଗୋଶାଣୀନୂଆଗାଁ ପୋଲିସ
ବ୍ରହ୍ମପୁର ରେଳ ଷ୍ଟେସନସ୍ଥିତ ଏକ ଲଜରେ ଗୋଶାଣୀନୂଆଗାଁ ପୋଲିସ ପକ୍ଷରୁ ଶୁକ୍ରବାର ଚଢାଉ କରାଯାଇଛି। ଏଥିରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତଙ୍କ ମଧ୍ଯରେ ଦୁଇ ଜଣ ନାବାଳକ ଥିବା ଜଣାପଡିଛି। ସେମାନଙ୍କ ନିକଟରୁ ୨୨ କେଜି ଗଞ୍ଜେଇ ଜବତ ସହ ଏକ ବାଇକ ଓ ଖେଳନା ବନ୍ଧୁକ ଜବତ ହୋଇଛି।