ଜମନକିରା: ଜମନକିରା ଠାରେ କଳାକାର ସମାବେଶ ଅନୁଷ୍ଠିତ, ବ୍ଲକ ଅଫିସ ରେ ଦାବିପତ୍ର ପ୍ରଦାନ
କଳାକାର ମାନଙ୍କ ବିଭିନ୍ନ ସମସ୍ୟା ଓ ଦାବୀ ନେଇ ଜମନକିରା ଠାରେ ଏକ କଳାକାର ସମାବେଶ ଆୟୋଜିତ ହୋଇଥିବା ଜଣାପଡିଛି। ଏହି ଅବସର ରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜମନକିରା ବ୍ଲକ ଅଫିସ ରେ ପ୍ରଦାନ କରାଯାଇଛି। କଳାକାର ସଙ୍ଘ୍ ସଭାପତି ଗୋକୁଳାନନ୍ଦ ଦାନୀଙ୍କ ନେତୃତ୍ୱରେ ଶନିବାର ସକାଳ ୧୦ ଟାରେ ସ୍ଥାନୀୟ ହାଟପଦାରୁ ଶତାଧିକ କଳାକାର ମାନେ ଏକ ବିରାଟ ପଟୁଆର ରେ ବାହାରି ସହର ପରିକ୍ରମା ପରେ ବ୍ଲକ୍ ଅଫିସ୍ ସମ୍ମୁଖକୁ ପହଞ୍ଚି ନିଜ ଦାବି ଉପସ୍ଥାପନ କରିଥିଲେ। ପରେ ବିଡ଼ିଓ ରବୀନ୍ଦ୍ର ସେଠି ଙ୍କୁ ୪ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି।