ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ବରାତପ ଗାଁ ରେ ଏକ କାର ଜଳୁଥିବା ଭିଡିଓ ଭାଇରାଲ ହୋଇଛି l ଆଜି ସନ୍ଧ୍ୟା ୭ ଟା ରୁ ଏହି ଭିଡିଓ ଟି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି l କାର ଟି ହୁ ହୁ ହୋଇ ଜଳୁଥିବା ଭିଡ଼ିଓ ଟି ରେ ଦେଖିବାକୁ ମିଳୁଛି l ତେବେ କାହା କାର ରେ ନିଆଁ ଲାଗିଛି ଏବଂ କେଉଁ କାରଣ ରୁ କାର ଟିରେ ନିଆଁ ଲାଗିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ l