ଲାଞ୍ଜିଗଡ: ଧନସୁଲି କେନ୍ଦୁଗୁଡା ଠାରେ ଲଗାଣ ବର୍ଷାର ପ୍ରଭାବ ଭୁଷୁଡିଲା ମାଟି କୁଡିଆ ଅଳ୍ପକେ ବର୍ତ୍ତିଲେ ବୃଦ୍ଧ ଦମ୍ପତି
ଲଗାଣ ବର୍ଷାର ପ୍ରଭାବରେ ଜୟପାଟଣା ବ୍ଲକ୍ ଧନସୁଲି ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମର ଜନୈକ ବୃଦ୍ଧ ଦମ୍ପତିଙ୍କ ମାଟି କୁଡିଆ ଘର ଭୁଷୁଡି ପଡିଛି। ବୃଦ୍ଧ ଦମ୍ପତି ସାମାନ୍ୟ ଆହତ ହୋଇଥିବା ବେଳେ ବଡ଼ ବିପଦରୁ ବର୍ତ୍ତିଛନ୍ତି। ଅନ୍ୟପଟେ ତାଙ୍କର ଗୋଟିଏ ଛେଳିର ମୃତ୍ୟୁ ହେଇଥିବା ବେଳେ ଅନ୍ୟ କିଛି ଛେଳିକୁ ଆଘାତ ଲାଗିଛି।