ଜମନକିରା: ଜମନକିରା ସାପ୍ତାହିକ ହାଟରେ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ସାଧାରଣ ସଭା ଅନୁଷ୍ଠିତ
ଓଡିଶା ଡ୍ରାଇଭର ମହାସଙ୍ଘ ପକ୍ଷରୁ ଜମନକିରା ସାପ୍ତାହିକ ହାଟରେ ବୁଧବାର ଦିନ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଜମନକିରା ବ୍ଲକର ୨୧ ଗୋଟି ପଞ୍ଚାୟତ ର ସଭାପତିଙ୍କ ସହିତ ଅନ୍ୟ ସଦସ୍ୟ ମାନେ ଯୋଗ ଦେଇଥିଲେ। ଏହି ଅବସରରେ ଓଡିଶା ଡ୍ରାଇଭର ମହାସଙ୍ଘକୁ ଆହୁରି ମଜବୁତ କରିବାକୁ ରାଜ୍ୟ ସଭାପତି ଙ୍କ ନିର୍ଦେଶ ସମ୍ବନ୍ଧରେ ଆଲୋଚନା କରିବା ସହ ଡ୍ରାଇଭରଙ୍କ ପ୍ରତି ଦୈନନ୍ଦିନ ଘଟୁଥିବା ଘଟଣା ଗୁଡ଼ିକୁ ନିନ୍ଦା କରାଯାଇଥିଲା। ଡ୍ରାଇଭର ମାନଙ୍କୁ ସମ୍ମାନ ଦାବି ସହ ଅନ୍ୟ ସାଙ୍ଗଠନିକ ବିଷୟ କୁ ନେଇ ଉକ୍ତ ବୈଠକରେ ଆଲୋଚନା କରାଯାଇଥିଲା।