ସମ୍ବଲପୁର ଦାନୀପାଲି ଅଞ୍ଚଳରେ ବଙ୍ଗାଳି ଶ୍ରମିକ ଜୁଏଲ ରାଣା ଙ୍କୁ ପିଟି ପିଟି ହତ୍ୟା ଘଟଣାର ତଦନ୍ତ ପାଇଁ ପଶ୍ଚିମବଙ୍ଗ ପୋଲିସ ସମ୍ବଲପୁର ଆସିବା ଘଟଣା ନେଇ ପତିକ୍ରିୟା ରଖିଛନ୍ତି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ l ସେ କହିଛନ୍ତି ଯେ ଏହି ଘଟଣାରେ ସଠିକ ତଦନ୍ତ କରାଯାଇ ପୋଲିସ 6 ଘଣ୍ଟା ମଧ୍ୟରେ 6 ଜଣଙ୍କୁ ଗିରଫ କରିଛି l ଏହାସହ ଆଇନ ଅନୁଯାଇ ଅଭିଯୁକ୍ତ ମାନଙ୍କୁ ହତ୍ୟା ଦଫା ଲଗାଯାଇଛି l ତେବେ ଏହି ଘଟଣାରେ ଅନ୍ୟ ରାଜ୍ୟର ପୋଲିସ ତଦନ୍ତ ର କୌଣସି ଆବଶ୍ୟକତା ନଥିବା ଆଇଜି କହିଛନ୍ତି l