ଧର୍ମଗଡ: କଲମପୁର ମିନିଷ୍ଟାଡିୟମ ଠାରେ ଆୟୋଜିତ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବର ଦ୍ଵିତୀୟ ସଂଧ୍ୟାରେ ସମ୍ମାନିତ ହେଲେ କୃଷକ, ସମାଜସେବୀ, ସେବୀକା
କଲ
କଲମପୁର ମିନିଷ୍ଟାଡିୟମ ଠାରେ ଆୟୋଜିତ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବର ଆଜି ଗୁରୁବାର ଦ୍ବିତୀୟ ଦିବସ । ସମିତି ଅଧ୍ଯକ୍ଷା ଜ୍ୟୋତି ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଂଧ୍ୟା କାର୍ଯ୍ୟକ୍ରମରେ ଘୁମୁରା, ରାହାସ, ବଜାସାଲ, ଢେମସା ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଶେଷ ଆକର୍ଷଣ ଥିଲା ଚନ୍ଦନ ଶତପଥୀଙ୍କ ହାସ୍ୟ ରସର କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ତହ ତହସିଲଦାର ସ୍ମରଣୀକା ତୁଳ, ଗୋଷ୍ଠୀ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଶିବାଶିଷ ସ୍ବାଇଁ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ହେଇଥିଲେ।