ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଭୋଗବେରିଣି ଗ୍ରାମର ଲୋକମାନେ ବିଭିନ୍ନ ସମସ୍ୟା ନେଇ ଆଜି ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଗ୍ରାମର ଲୋକମାନେ ଅଭିଯୋଗରେ ଦର୍ଶାଇଛନ୍ତି କି ବଳରାମପ୍ରସାଦ, କଲାଡ, ଗିରାଙ୍ଗ, ପୀଙ୍ଗୁଆ, ଭୋଗବେରିଣି, ପାଣିଓଳା ଓ କେନ୍ଦୁପଲ୍ଲୀ ଅଞ୍ଚଳର ଲୋକମାନେ ପାଣିଓଳା କେନାଲ୍ ବ୍ରିଜ ଠାରୁ ତାଳଚେର ରୋଡ ରାସ୍ତା ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିବା ବେଳେ ରାତିରେ ଅନ୍ଧାର ଯୋଗୁଁ ଯିବା ଆସିବାରେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଅନୁଗୋଳ ବିଧାୟକ ଏନଓସି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରୁ ଏ