ସୁନ୍ଦରଗଡ ସହର: କିରିପଶିରା ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ
ଶନିବାର ଦିନ ୧୧ଟା ସମୟରେ କିରିପଶିରାରେ ଆମ ଓଡିଶା ନବୀନ ଓଡିଶାର ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ଆମ ଓଡ଼ିଶା ନବୀନ ଓଡ଼ିଶା ଜିଲ୍ଲା ସଂଯୋଜକ ତଥା ପୂର୍ବତନ ବିଧାୟକ ଯୋଗେଶ କୁମାର ସିଂ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜଟିଆ ମୁଣ୍ଡା, ଜିଲ୍ଲା ପରିଷଦ ସଭ୍ୟା ଗେଲବତି ପଟେଲ, ସରପଞ୍ଚ ଗୌରୀ ମାଝୀ ଓ ସମିତି ସଭ୍ୟ ପଞ୍ଚାନନ ଧୃଆ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ, ଧାର୍ମିକସ୍ଥଳୀର ରୂପାନ୍ତରିକରଣ, ମହିଳା ସଶକ୍ତିକରଣ ଓ ଭିତ୍ତିଭୂମିର ବିକାଶ ନେଇ ସଚେତନ କରାଯାଇଥିଲା।