ଗତ ୫ ଦିନ ଧରି କଲମପୁର ମିନି ଷ୍ଟାଡିୟମ ଠାରେ ଚାଲିଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଅପରାହ୍ନରେ ଉଦଯାପିତ ହେଇଯାଇଛି। ବୀର ହନୁମାନ କ୍ଲବ ଦ୍ବାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲାର ୧୬ ଗୋଟି ଫୁଟବଲ୍ ଦଳ ଯୋଗ ଦେଇଥିଲେ। କଲମପୁର ସୋନୁ ଏକାଦଶ ଏବଂ ଡୁମେରମୁଣ୍ଡା ଦଳ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହେଇଥିଲା। ଏଥିରେ କଲମପୁର ସୋନୁ ଏକାଦଶ ୧/୦ ଗୋଲରେ ବିଜୟୀ ହେଇ ଚମ୍ପିୟାନ ହୋଇଥିଲେ।