୨ଟି ଦନ୍ତା ହାତୀ ଲଢ଼େଇରେ ହସ୍ତକ୍ଷେପ କରି ଜୀବନ ହାରିଲେ ଯୁବକ। ମୃତ ଯୁବକ ଜଣକ ହେଲେ ମାଙ୍ଗରା ତିର୍କୀ (୪୦)। ହାତୀ ଆକ୍ରମଣରୁ ବର୍ତ୍ତିବା ପାଇଁ ଯୁବକ ଜଣକ ଏକ ପିକ୍ଅପ୍ ଭ୍ୟାନ୍ ପାଖରେ ଲୁଚିଥିଲେ କିନ୍ତୁ ହାତୀମୁହଁରୁ ବର୍ତ୍ତିପାରି ନଥିଲେ। ରାଉରକେଲା ବନଖଣ୍ଡ ଲାଠିକଟା ବ୍ଲକ ରେ ରବିବାର ସକାଳେ ଏଭଳି ଅଘଟଣ ଘଟିଛି।